ଜୟପୁର: ଜୟପୁର କୋରାପୁଟ ଘାଟିରେ ଗଛ କଟା ପାଇଁ ଆଜି ଦିନ ତମାମ ଜାମ୍ ରହିଥିବା ଦେଖିବାକୁ ମିଳିଥିଳା। କେତେବେଳେ ଅଧଘଣ୍ଟା ତ ଆଉ କେତେ ବେଳେ ୧୫ମିନିଟ ଜାମ୍ ହୋଇଥିଲା। ସୂଚନା ଅନୁଯାୟୀ, ଘାଟି ରାସ୍ତାର ୨ଟି ବିପଦସଂକୁଳ ମୋଡ଼କୁ  ପୁନଃସଂୟୋଜନ (ରି ଆଲାଏନମେଣ୍ଟ) କରି ମସୃଣ ବକ୍ରରେଖା(ସ୍ମୁଥ୍ କର୍ଭ) କରିବାକୁ ଏନ୍ ଏଚ୍ ପକ୍ଷରୁ ଯୋଜନା କରାଯାଇଛି। ଏଥି ପାଇଁ ଜାତୀୟ ରାଜପଥ ପକ୍ଷରୁ ପ୍ରସ୍ତୁତି ‌ଆରମ୍ଭ ହୋଇଛି। ଏହି କ୍ରମରେ ମୋଡ଼ ଗୁଡିକ ନିକଟରେ ଥିବା ବିଭିନ୍ନ ଗଛ ଗୁଡିକୁ କଟାଯାଉଛି। ଅତି ଶୀଘ୍ର ଏହି ଦୁଇ ଏବଂ ବଡ଼ ମୋଡ଼କୁ ପୁନଃସଂୟୋଜନ (ରି ଆଲାଏନମେଣ୍ଟ) କରି ମସୃଣ ବକ୍ରରେଖା(ସ୍ମୁଥ୍ କର୍ଭ) କରିବାକୁ ଯୋଜନା କରାଯାଇଛି ବୋଲି କହିଛନ୍ତି ଏନଏଚର କନିଷ୍ଠ ଯନ୍ତ୍ରୀ ଗୌତମ ପ୍ରକାଶ ବିଶ୍ବାଳ। ମୋଡ଼ ଗୁଡିକ ବ୍ଲାକ ସ୍ପଟ ହୋଇଥିବା ବେଳେ ସବୁ ବେଳେ ଛୋଟ ବଡ ଦୁର୍ଘଟଣା ନିୟମିତ ଜାରୀ ରହିଛି। ଏହାକୁ ପୁନଃସଂୟୋଜନ କରି ସଜାଡ଼ାଯିବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ।