ଚମ୍ପୁଆ: ଘର ଉପରେ ଗଛ ପଡ଼ି ଯିବାରୁ ପରିବାର ଲୋକେ ଅଳ୍ପକେ ବର୍ତିଯଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ରଜିଆ ଗ୍ରାମର ଜଗବନ୍ଧୁ ମହାରଣାଙ୍କ ପରିବାର ଖାଇପି ଶୋଇ ଥିବା ବେଳେ ଝଡ଼ ତୋଫାନରେ ତାଙ୍କ ଘର ଉପରେ ଏକ ବିରାଟ ଆମ୍ବ ଗଛ ଉପୁଡ଼ି ପଡ଼ିଥିଲା। ସୌଭାଗ୍ୟ ବଶତଃ ଘର ଭିତରେ ଥିବା ଲୋକମାନେ ସୁରକ୍ଷିତ ଥିବା ଜଣା ପଡ଼ିଛି। ସେହିପରି ଯଯାତି ପ୍ରଧାନଙ୍କ ଘର ଉପରେ ଗଛ ପଡ଼ି ଘର ଭାଙ୍ଗି ଯାଇଛି । ଏଣୁ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।
ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର
/sambad/media/post_attachments/wp-content/uploads/2021/05/fb1f985d-5471-4318-8be9-b390a1e40eef.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)