ରେଳ ଲାଇନରେ ପଡ଼ିଲା ଗଛ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା : ରାୟଗଡ଼ା-ବିଶାଖାପାଟଣା ରେଳ ଲାଇନର ବିଲେସୁ ଗ୍ରାମ ନିକଟରେ ଏକ ଗଛ ରେଳ ଲାଇନ୍ ଉପରେ ପଡ଼ିଯିବା ଯୋଗୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବବଲି ଓ ରାୟଗଡ଼ାରୁ ବୈଷୟିକ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ବିଦ୍ୟୁତ୍ ସେବା ସ୍ବାଭାବିକ କରିବାକୁ ଚେଷ୍ଟା ଚଳାଇଛନ୍ତି। ଡାଉନ୍ ଲାଇନରେ ଗଛ ପଡ଼ିଥିବା ଯୋଗୁଁ ଅପ୍ ଲାଇନରେ ଟ୍ରେନ୍ ଚଳାଚଳ କରୁଛି । ସକାଳ ୮ଟାରେ ଜେମାଦେଇପେଣ୍ଠ ଓ କୁନେରୁ ଷ୍ଟେସନ ମଧ୍ୟ ଭାଗରେ ଏହି ଅଘଟଣ ଘଟିଛି। ଅପ ଓ ଡାଉନ୍ ଲାଇନ୍ ମଝିରେ ଥିବା ଗଛ କୌଣସି କାରଣ ଯୋଗୁଁ ପଡ଼ି ଯାଇଥିଲା। ଫଳରେ ଡାଉନ୍ ଲାଇନ୍ ବିଦ୍ୟୁତ୍ ତାର ଛିଣ୍ଡିବା ସହ ଗଛ ଯୋଗୁ ଟ୍ରେନ୍ ଚଳାଚଳ କରିପାରିନଥିଲା। ସକାଳ ୯ଟାରୁ ଅପ ଲାଇନରେ ହିଁ ଟ୍ରେନ୍ ଚଳାଚଳ କରୁଛି। ଖୁବ୍ ଶୀଘ୍ର ଉଭୟ ଲାଇନରେ ଟ୍ରେନ୍ ଚଳାଚଳ ସ୍ବାଭାବିକ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର