ସୁନ୍ଦରଗଡ଼: ବିଶ୍ବ ପରିବେଶ ଦିବସ ଅବସରରେ ସୁନ୍ଦରଗଡ଼ ରଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ସମ୍ବାଦ ସାହିତ୍ୟ ଘର’, ସ୍ବେଚ୍ଛାସେବୀ ସଂଗଠନ ଆସୋସିଏସନ୍ ଫର୍ ସୋସିଆଲ୍ ଆକ୍ଟିଭିଟିସ୍ (ଆସା) ଓ ସୁନ୍ଦରଗଡ଼ ମହିଳା ମହସଂଘ ପକ୍ଷରୁ ବୃକ୍ଷ ଉତ୍ସବର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କାଉନସିଲର ସୁମନ୍ତ କୁମାର ସାହୁ ଯୋଗ ଦେଇ ପ୍ରଥମେ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ସାହୁ ସୁସ୍ଥ ଜୀବନଜୀବିକା ପାଇଁ ବୃକ୍ଷର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଜୀବନଜୀବିକା ଦେଉଥିବା ବୃକ୍ଷ ସହ ମଣିଷ ମିତ୍ରତା ଆଚରଣ କରିବା ଉଚିତ, ବହୁଳ ମାତ୍ରାରେ ବୃକ୍ଷ କାଟି ନିଜ ଗୋଡ଼ରେ ନିଜେ କୁରାଢ଼ି ହାଣିବା ସଦୃଶ ଓ ଏହା ଜୀବଜଗତ ପ୍ରତି ବିପଦ ବୋଲି କହିଥିଲେ।
/sambad/media/post_attachments/wp-content/uploads/2022/06/5b86f0bc-7154-40bc-a52b-662865d090d1-e1654446761541.jpg)
ଅତିଥିଙ୍କ ଶୁଭାରମ୍ଭ ପରେ ୫୦ରୁ ଅଧିକ ମହିଳା ପରିବେଶ ପାଇଁ ଉପାଦେୟ ନିମ୍ବ, ବଉଳ ଚାରା ଲଗାଇଥିଲେ। କାର୍ଯ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ରଂଯୁକ୍ତା ବିଶ୍ଵାଳ ତାଙ୍କ କୁନି ପୁଅ ସହ ଆସି ଗଛ ଲଗାଇବା ସମସ୍ତଙ୍କୁ ଆକର୍ଷିତ କରିଥିଲା। କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘର ସଭାପତି ତଥା ଯୁବ ଗାଳ୍ପିକ ବିବିଧ ବିଶ୍ବ, ସମ୍ବାଦ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ, ବିଶିଷ୍ଟ ସମାଜ ସେବୀ ସମୀର ରଞ୍ଜନ ପଟ୍ଟାୟକ, ସ୍ଥାନୀୟ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ସଭ୍ୟା ରମଣୀ ନାଏକ, ନାରାୟଣୀ ମାଝୀ, ଇନ୍ଦୁମତି ମାଝୀ, ମମତା ମହାରଣା, ଶକୁନ୍ତଳା କାଲୋ, ସୁରେଖା ନାଗ, ରାଜକିଶୋରୀ ତିର୍କୀ, ପ୍ରଭାସିନୀ ନାଏକ, ବିନତା ମାକର, ଇନ୍ଦ୍ରା ବର୍ଥା, ସରିକ କେରକେଟା, ମଞ୍ଜୁ ବେହେରା, ଅନ୍ନପୂର୍ଣ୍ଣା ତନ୍ତୀ, ହେମଲତା ମାଝୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସ୍ବେଚ୍ଛାସେବୀ ସଂଗଠନ 'ଆସା' ର ରିତେଶ ସାହୁ, ମହେନ୍ଦ୍ର କୁମାର ସ୍ବାଇଁ , ସଂଜିତ ମହାନ୍ତି, ରଶ୍ମିତା ମାଝୀ, ଶୁଭମ ଦାସ, ଉମାକାନ୍ତ ମହାରଣା, ପପୁ ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/20e1c189-6150-4acb-832a-829ad1117c69.jpg)