ଜୟପୁର: ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ନିର୍ମାଣ ହୋଇଥିଲା ଜଗନ୍ନାଥ ମନ୍ଦିର। ମନ୍ଦିରର ଉପର ଗମ୍ବୁଜରେ ଏବେ ବିଭିନ୍ନ ଗଛ ଓ ଲତାବୁଦା ଉଠିଥିବା ଦେଖିବାକୁ ମିଳିଛି। ଏ‌ ନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ ତତ୍କାଳୀନ ଦେବୋତ୍ତର ଅଧିକାରୀ ତଥା ତହସିଲଦାରଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭବାନୀ ଆଚାର୍ଯ୍ୟ ଦୃଷ୍ଟି ଆକର୍ଷଣ କରାଇଥିଲେ। ମନ୍ଦିରକୁ ସେ ନିଜେ ଆସି ନିରୀକ୍ଷଣ କରିକି ବି ଯାଇଥିଲେ। ଗତ ୪ମାସ ବିତିସାରିଥିଲେ ହେଁ କିଛି ପଦକ୍ଷେପ ନିଆଯାଇନି।

Advertisment

ଏହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜଗନ୍ନାଥ ମନ୍ଦିରରେ ଏଭଳି ଏହି ଗଛଗୁଡିକ ରହିବା ଦ୍ବାରା ମନ୍ଦିରର ଗମ୍ବୁଜରେ ଫାଟସୃଷ୍ଟି ହେବ ଏବଂ ମନ୍ଦିର ଭାଙ୍ଗିବା ସମ୍ଭାବନା ରହିଛି । ଏହା ଦ୍ବାରା ଏହି ପବିତ୍ର ସ୍ଥାନ ଏବଂ ଲୋକଙ୍କ ସ୍ବାଭିମାନରେ ବି ବାଧା ଆସିବ ବୋଲି ସ୍ବେଚ୍ଛାସେବୀ କୃଷ୍ଣ କେଶବ ଷଡଙ୍ଗୀ, ଡି.ମାଧବ ରାଓ, ଅନିତା ମିଶ୍ର, ମୋହନ ରାଓ ପ୍ରମୁଖ କହିଛନ୍ତି। ତୁରନ୍ତ ପ୍ରଶାସନ, ଦେବୋତ୍ତର ବିଭାଗ ଏଦିଗରେ ଦୃଷ୍ଟି ଦେଇ ମନ୍ଦିରର ଗମ୍ବୁଜ ଉପରେ ଉଠିଥିବା ଗଛଗୁଡିକୁ ତୁରନ୍ତ କାଟିବାକୁ ଅନୁରୋଧ କରିଛନ୍ତି।