ଔପଦା: ବାଲେଶ୍ୱର ଜିଲ୍ଲା ଔପଦା ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ ସୁରକ୍ଷା ପ୍ଲସ ଫାଉଣ୍ଡେସନ ସହଯୋଗରେ ଆଜି ପୂର୍ବାହ୍ନ ୧୧ଟାରେ ଔପଦାରୁ ବଡ଼ପୋଖରୀ ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଔପଦା ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ଶରତ କୁମାର ମଲ୍ଲିକ ଯୋଗଦେଇ ପ୍ରଥମେ ବୃକ୍ଷରୋପଣ କରି ଉଦଘାଟନ କରିବା ସହ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ଏକ ପଥପ୍ରାନ୍ତ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଔପଦା ସମ୍ବାଦ ସାହିତ୍ୟଘରର ସମ୍ପାଦକ ନିରଞ୍ଜନ ପ୍ରସାଦ ବାରିକ, ଔପଦା ବ୍ଳକ ସମ୍ବାଦ ପ୍ରତିନିଧି ଅଶୋକ କୁମାର ପ୍ରଧାନ, ସୁରକ୍ଷା ପ୍ଲସ ଫାଉଣ୍ଡେସନର ସଞ୍ଜୟ କୁମାର ସ୍ୱାଇଁ, ସିଇଓ ରଞ୍ଜିତା ପଲେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ଅମରେନ୍ଦ୍ର ଜେନା, ସୌମ୍ୟ ରଞ୍ଜନ ବେହେରା, କାର୍ଯ୍ୟକାରୀ ସଦସ୍ୟା ବୈଶାଖୀ ପଣ୍ଡା, ବର୍ଷା ପଣ୍ଡା ସୁରକ୍ଷା ପ୍ଲସ ଫାଉଣ୍ଡେସନର କାର୍ଯ୍ୟକାରୀ ସଦସ୍ୟ କିଶୋର ଚନ୍ଦ୍ର ମୁଦୁଲି, ମାନସ ସେଠୀ, ରାମେଶ୍ୱର ଦାଶ, ସୁଦର୍ଶନ ଜେନା, ଅରୁଣ କୁମାର ପ୍ରଧାନ, ଶୁଭମ ମଲ୍ଲିକ, ପ୍ରକାଶ କୁମାର ପ୍ରଧାନ, ବିକାଶ କୁମାର ପ୍ରଧାନ, ଆକାଶ କୁମାର ପ୍ରଧାନ, ଅନ୍ତର୍ଯ୍ୟାମୀ ସେଠୀ, ସିତାଂଶୁ ପ୍ରଧାନ, ସରୋଜ କୁମାର ରାଉତ, ସିଆରସି ସୁଶାନ୍ତ କୁମାର ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/ab2588e7-e285-4fcd-99d1-73a9ea48212c.jpg)