ରାଉରକେଲା: କରୋନାର ଦ୍ବିତୀୟ ଲହରରେ ଅମ୍ଳଜାନର କେତେ ଆବଶ୍ୟକତା ଆମେ ଉପଲବ୍ଧି କରିସାରିଛୁ। କାରଣ ଗଚ୍ଛ ହିଁ ଜୀବନ। ତେଣୁ ପ୍ରକୃତି ବିନା ସମାଜ ତିଷ୍ଠି ରହିବା ଅସମ୍ଭବ ବୋଲି ଓଏସ୍ଏପି ଚତୁର୍ଥ ବାଟାଲିୟନ୍ର କମାଣ୍ଡାଣ୍ଟ ବ୍ରଜକିଶୋର ମିଶ୍ର କହିଛନ୍ତି। ଆଜି ‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ସେକ୍ଟର-୨୧ ନୟାବଜାର ସ୍ଥିତ ଓଏସ୍ଏପି ଚତୁର୍ଥ ବାଟାଲିୟନ କ୍ୟାମ୍ପସ୍ ପରିସରରେ ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମାଣ୍ଡାଣ୍ଟ ଶ୍ରୀ ମିଶ୍ର କହିଛନ୍ତି ଅଧିକରୁ ଅଧିକ ଗଛକଟା, ଜଙ୍ଗଲ ନଷ୍ଟ ଯୋଗୁ ପରିବେଶ ପ୍ରଦୂଷିତ ହେଉଛି। ଏହା ଦ୍ବାରା କେବଳ ଅମ୍ଳଜାନର ଅଭାବ ହେଉ ନାହିଁ ବରଂ ପ୍ରାକୃତିକ ଦୁର୍ବିପାକ ବଢ଼ୁଛି। ସବୁଜସୁନ୍ଦର ପରିବେଶ ପାଇଁ ଅଧିକରୁ ଅଧିକ ଚାରାରୋପଣର ଆବଶ୍ୟକତା ରହିଛି।
‘ସମ୍ବାଦ-ସାହିତ୍ୟଘରର’ ଏଭଳି ନିଆରା ପ୍ରୟାସ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଅନ୍ୟମାନଙ୍କ ପାଇଁ ନିଶ୍ଚତ ପ୍ରେରଣା ମଧ୍ୟ। ଅନ୍ୟ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଚାରାରୋପଣ କରିବାକୁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି। ଅତିଥିଭାବେ ଯୋଗଦେଇ ଡେପ୍ୟୁଟି କମାଣ୍ଡାଣ୍ଟ ପ୍ରମୋଦ କୁମାର ଜେନା, ଆସିଷ୍ଟାଣ୍ତ କମାଣ୍ଡାଣ୍ଟ ଶରତ କୁମାର ଜାନି ଓ କ. ମାନଭଞ୍ଜନ ଛୁରା ଗଛ ନାହିଁ ତ ଜୀବନ ନାହିଁ। ‘ସମ୍ବାଦ-ସାହିତ୍ୟଘରର’ ଏଭଳି ପଦକ୍ଷେପ ନିଶ୍ଚିତ ପ୍ରଶଂସନୀୟ ବୋଲି କହିଥିଲେ। ସମାଜସେବୀ ଶ୍ରଦ୍ଧା ଷଡଙ୍ଗୀ, ଓଏସ୍ଏପି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ନାୟକ, ନାଟ୍ୟ ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନ କରିବାରେ ଚାରାରୋପଣ ଆବଶ୍ୟକତା ରହିଛି।
ଏଭଳି ମହତ କାର୍ଯ୍ୟ ପାଇଁ ‘ସମ୍ବାଦ-ସାହିତ୍ୟଘରର’ ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି କହିଥିଲେ। ମୁଖ୍ୟ ଅତିଥି କମାଣ୍ଡାଣ୍ଟ ଶ୍ରୀ ମିଶ୍ର ବାଟାଲିୟନ୍ କ୍ୟାମ୍ପସ ପରିସରରେ ଚାରାରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥି, ଯବାନମାନେ କ୍ୟାମ୍ପସ୍ ପରିସରରେ ଗୋଟିଏ ଲେଖାଏଁ ବିଭିନ୍ନ ଫୁଲ ଗଛ ଲଗାଇଥିଲେ। ମୋଟ ପ୍ରାୟ ୨୫୦ ଚାରାରୋପଣ କରାଯାଇଥିଲା।
ସ୍ଥାନୀୟ ଅଞ୍ଚଳର ସମାଜସେବୀ ମୀନକେତନ ନାୟକ, ସୁବେଦାର ଶ୍ରୀକାନ୍ତ ବେହେରା, ଈଶ୍ବର ଚନ୍ଦ୍ର ସିଂହ, ଓଏସ୍ଏପି ଶାଖା ସଂଘର ସଭାପତି ସୁଶାନ୍ତ କୁମାର ସିଂହ, କୋଷାଧ୍ୟକ୍ଷ ହେମନ୍ତ କୁମାର ବିଶ୍ବାଳ, ସହକାରୀ ସମ୍ପାଦକ ବିଜୟ କୁମାର ଦାସ, ସନ୍ତୋଷ କୁମାର ସିଂହ, ହାବିଲଦାର ମେଞ୍ଜର ମୋତିଲାଲ ରଣା ସମେତ ଯବାନ ମାନେ ଗୋଟିଏ ଗୋଟିଏ ଚାରା ଲଗାଇଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣର ଅଶୋକ କୁମାର ପାତ୍ର, ମଳୟ ରଞ୍ଜନ ସାହୁ, ଅଭୟ ନାୟକ, କନକ୍ ଟିଭିର ପ୍ରତାପ କୁମାର ପାଢ଼ୀ, ଗୌତମ ମାଇତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/WhatsApp-Image-2021-07-25-at-8.09.23-PM.jpeg)