ସ୍ବାଧୀନତା ଦିବସରେ ବାରିପଦା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ

ଭଞ୍ଜସେନା ସହିତ ମିଳିତ ଭାବେ ଯୁବଗୋଷ୍ଠୀ ଲଗାଇଲେ ଗଛ

ବାରିପଦା: ୭୫ତମ ସ୍ବାଧୀନତା ଦିବସ ଅବସରରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ବୃକ୍ଷରୋପଣର ଝୁଙ୍କ୍‌। ‘ସମ୍ବାଦ’ ସାହିତ୍ୟ ଘର, ବାରିପଦା ଏବଂ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନାର ମିଳିତ ପ୍ରୟାସରେ ସ୍ଥାନୀୟ ଡିଭାଇନ୍‌ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ଗୁଳୁଗୁଳି ସତ୍ତ୍ବେ ଶତାଧିକ ଯୁବକର୍ମୀ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଡିଭାଇନ୍‌ ଶିକ୍ଷାନୁଷ୍ଠାନର ନି‌ର୍ଦ୍ଦେଶକ ଇଂ ବିପ୍ଳବ ଭଞ୍ଜନ ବୁଗୁଡ଼େଇଙ୍କ ଉପସ୍ଥିତିରେ ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା, ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ଯୁବ ସଭାପତି ମାନସ ବେହେରା, ଏସ୍‌କେ ରାଜା ଖାନ୍‌, ଏମ୍‌ଡି ନଜିରୁଲ ହକ୍‌ଙ୍କ ସମେତ ଶତାଧିକ ଯୁବ‌କର୍ମୀ ଉପସ୍ଥିତ ଥିଲେ।

ସେହିପରି ଯୁବ କବି ଅମିତାଭ ମିଶ୍ର, ଶିକ୍ଷକ ତଥା ଗବେଷକ ଡଃ. ସରୋଜ କୁମାର ନାୟକ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ରାଜ କିଶୋର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ଦୁଇଶହ ଗଛ ଲଗାଯାଇଥିଲା।

ସମ୍ବନ୍ଧିତ ଖବର