ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ସଭାପତି ତିମିର ଋଂଜନ ପଣ୍ଡାଙ୍କ ପୌରାହିତ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ ସମ୍ବନ୍ଧରେ ରାଇରଙ୍ଗପୁର ଉଚ୍ଚବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା କରାଯାଇଥିଲା। ଉକ୍ତ ସଭାରେ ସମ୍ବାଦ ସାହିତ୍ୟଘରର ଉପସଭାପତି ରଞନ କୁମାର ନନ୍ଦ ମାର୍ଗଦର୍ଶକ ଭାବେ ଯୋଗଦେଇ ପରିବେଶ ଉପରେ ଏକ ସୁନ୍ଦର ଶିକ୍ଷଣୀୟ ବକ୍ତବ୍ୟ ରଖିଥିଲେ ଏବଂ ପରିବେଶର ବଦଳୁଥିବା ରୂପ ରଙ୍ଗ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ। ସଭାପତି ତିମିର ରଞନ ପଣ୍ଡା ବିଶ୍ୱ ପରିବେଶ ଦିବସ ପାଳନ କରିବାର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅଧ୍ୟାପକ ବିଜୟ କୁମାର ରାମ ପରିବେଶ ଓ ପରିସଂସ୍ଥା ଉପରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ।
ଏହି ଅବସରରେ ରାଇରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘରର ସଂଯୋଜକ ତୁଷାର କାନ୍ତ ମହାନ୍ତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି ଯୋଗଦେଇ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବନାଂଚଳର ରେଞର ଅଫିସର ଜ୍ୟାତିରଞନ ସେନାପତି ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ପରିବେଶ ଦିବସ ପାଳନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏଥିରେ ମୋଟ୍ ୩୦ଟି ବ୍ୃକ୍ଷ ରୋପଣ କରାଯାଇଥିଲା । ଶେଷରେ ସଂଯୋଜକ ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।