ଚାଷକାମରେ ନିୟୋଜିତ ଥିଲେ ୩ ମହିଳା ଶ୍ରମିକ, ବଜ୍ରପାତରେ ପ୍ରାଣ ଗଲା

ବଲାଙ୍ଗୀର: ଚାଷକାମରେ ନିୟୋଜିତ ଥିବାବେଳେ ବଜ୍ରପାତ ଯୋଗୁଁ ୩ ଜଣ ମହିଳାଙ୍କର ପ୍ରାଣହାନୀ ଘଟିଛି। ମୃତକମାନେ ହେଲେ ବିଳାସିନୀ ରାଉତ, ଯଶୋବନ୍ତୀ ଶବର ଓ ପ୍ରେମଦିନୀ ଧରୁଆ। ସମସ୍ତଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ବଲାଙ୍ଗୀର ଜିଲ୍ଳା ସଦର ବ୍ଲକ ଅନ୍ତର୍ଗତ ବଡ଼ତେଲେନପାଲି ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଆଜି ଅପରାହ୍ନରେ ବିଲରେ ଧାନରୁଆ ଚାଲିଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରପାତ ମଧ୍ୟ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣେ ନାବାଳିକାଙ୍କ ସହ ୪ ଜଣ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ନିଆଯାଇଥିଲା। ହସ୍‌ପିଟାଲରେ ପହଂଚିବା ପରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବଜ୍ରପାତର ଶିକାର ହୋଇଥିବା ଦଶମ ଶ୍ରେଣୀର ଛାତ୍ରୀ ସୀମା ଧରୁଆ।

ସୂଚନାଯୋଗ୍ୟ, ଧାନରୁଆ ସମୟରେ ବିଲରେ ୨୮ ଜଣ ଲୋକ ଥିଲେ। ତେବେ ୩ ଜଣ ମହିଳାଙ୍କର ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗରିବ ମହିଳାଙ୍କର ପୁଅ-ଝିଅମାନେ କେମିତି ବଡ଼ ହେବେ ସେ ନେଇ ଗାଁରେ ଚର୍ଚ୍ଚା ହେଉଛି। ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର