ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକରେ ଜଣେ ଗରିବ ଆଦିବାସୀ ଛାତ୍ରୀଙ୍କୁ କଳାହାଣ୍ଡି ଦଳିତ ଆଦିବାସୀ ମହାସଙ୍ଗ ପକ୍ଷରୁ ସହାୟତାର ହାତ ବଢ଼ାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ବ୍ଲକ ଦୁଆରସନି ଗ୍ରାମ ପଂଚାୟତ ମୂଷିଗୁଡା ଗ୍ରାମର ନିରୀହ ଆଦିବାସୀ ଛାତ୍ରୀ ପ୍ରମିଳା ନାଏକ ଇଛା ଥାଇ ମଧ୍ୟ ଗରିବୀ ଆଗରେ ହାର ମାନି ପାଠ ପଢାରେ ଡୋରି ବାନ୍ଧିଥିଲେ । ପଢ଼ିବା ପାଇଁ ଇଛା ଥିଲେ ମଧ୍ୟ ଅର୍ଥ ଅଭାବରୁ ଗୋଟିଏ ବର୍ଷ ପାଠ ପଢ଼ାରେ ଡୋରି ପଡିଥିଲା । ଏନେଇ ଆଦିବାସୀ ସଙ୍ଘ କଳାହାଣ୍ଡି ଦଳିତ ଆଦିବାସୀ ମହାସଂଘକୁ ଜଣାଇଥିଲେ । ପରେ ମହାସଙ୍ଘ ର ସଭାପତି ଜବ୍ର ଭୋଇଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକାରୀ ସଭାପତି ପରମାନନ୍ଦ ମାଝୀ, ଧର୍ମେନ୍ଦ୍ର ନାଏକ, ସମ୍ପାଦକ ଦେବୀ ପ୍ରସାଦ ସିନ୍ଦୁର, କୋଷାଧ୍ୟକ୍ଷ ଲକ୍ଷଣ ଭୋଇ, ଭବାନୀପାଟଣା ଟାଉନ ସଭାପତି ନାଦରାଜ ନାଏକ ପ୍ରମୁଖ ଆଜି ପ୍ରମିଳାଙ୍କୁ ଆଣି ଭବାନୀପାଟଣା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯୁକ୍ତ ଦୁଇ ରେ ନାମ ଲେଖାଇ ଥିଲେ। ମହାସଂଘ ପ୍ରମିଳାର ଶିକ୍ଷାର ସମସ୍ତ ଦାଇତ୍ୱ ବହନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଆଦିବାସୀ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ଦଳିତ ଆଦିବାସୀ ମହାସଙ୍ଘ
/sambad/media/post_attachments/wp-content/uploads/2020/09/IMG-20200925-WA0054.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)