ପ୍ରେସର ବୋମା ବିସ୍ଫୋରଣରେ ଜଣେ ଆଦିବାସୀ ମହିଳା ଗୁରୁତର

ମାଲକାନଗିରି: ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ପ୍ରେସର ବୋମା ହେଉ ବା ଲ୍ୟାଣ୍ଡମାଇନ ପୁଲିସକୁ ଟାର୍ଗେଟ କରି ଏହା ଖଞ୍ଜା ଯାଇଥାଏ। ତେବେ ଏହି ବୋମା ବିସ୍ଫୋରଣରେ କିନ୍ତୁ ନିରୀହ ଲୋକେ ବଳି ପଡୁଛନ୍ତି। ଏଭଳି ଏକ ସଦ୍ୟତମ ଘଟଣାକ୍ରମରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ଅସୁର ଅଞ୍ଚଳରେ ପ୍ରେସର ବୋମା ବିସ୍ଫୋରଣ ଫଳରେ ଜଣେ ଆଦିବାସୀ ମହିଳା ଗୁରୁତର ଆହତ ହୋଇଛନ୍ତି। ଛତିଶଗଡ ଏବଂ ତେଲେଙ୍ଗାନାକୁ ସଂଯୋଗ କରୁଥିବା ରାସ୍ତାରେ ଉସୁର ଗ୍ରାମର କେନ୍ଦୁପତ୍ର ବୋନସ ଆଣି କିଛି ମହିଳା ଫେରୁଥିବା ବେଳେ ଅଚାନକ ଜଣେ ମହିଳାଙ୍କ ଗୋଡ ପ୍ରେସର ବୋମା ଉପରେ ପଡିଯାଇଥିଲା। ଯାହାଫଳରେ ବୋମା ବିସ୍ଫୋରଣ ଘଟିଥିଲା।

Sambad

ଏହି ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ଅନ୍ୟ ମହିଳା ମାନେ ସାମାନ୍ୟ ଆହତ ହୋଇଛନ୍ତି।ଗୁରୁତର ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ୧୨୯ ସିଆରପିଏଫ କ୍ୟାମ୍ପକୁ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିଲା।ସେଠାରେ ତାଙ୍କର ଚିକିତ୍ସା ପରେ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ମହିଳାମାନେ ସେହି ସିଆରପିଏଫ କ୍ୟାମ୍ପରେ ହିଁ ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଏହି ପ୍ରେସର ବୋମା ଖଞ୍ଜିଥିଲେ। ତେବେ ନିରୀହ ଆଦିବାସୀ ମହିଳା ଏହି ବୋମାର ଶିକାର ହୋଇଯାଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର