ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ୩ ଦିନ ବିତିଲାଣି। ଆସନ୍ତା ସୋମବାର ପ୍ରାର୍ଥିପତ୍ର ଦାଖଲର ଶେଷଦିନ । ହେଲେ, ରାଜ୍ୟ ସରକାର ଆଦିବାସୀଙ୍କୁ ସଂରକ୍ଷଣ ଦେବାରେ ଅବହେଳା କରିଥିବା ଅଭିଯୋଗ ଯୋଗୁ ନୂଆପଡ଼ା ଜିଲ୍ଲାରେ ଅଡୁଆ ପରିସ୍ଥିତ ସୃଷ୍ଟି ହୋଇଛି। ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଥମୁନାହିଁ। ଆଜି ପର୍ଯ୍ୟନ୍ତ ଜଣେହେଲେ ପ୍ରାର୍ଥୀ ନାମାଙ୍କନ ଭରିନଥିବା ଜଣାପଡ଼ିଛି। ସଂରକ୍ଷଣରେ ଉପେକ୍ଷିତ ହୋଇଥିବା ଜାଣିବା ପରେ ଆଦିବାସୀମାନେ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି।
/sambad/media/post_attachments/wp-content/uploads/2022/01/4-3-750x406-1.jpg)
ସୂଚନା ଅନୁସାରେ, ସଂରକ୍ଷଣଙ୍କୁ ନେଇ ଜିଲ୍ଲାପାଳ ଅଫିସ୍ ଆଗରେ ହଜାର ହଜାର ଆଦିବାସୀ ଅସ୍ତ୍ରଶସ୍ତ୍ର ଧରି ଘେରାଉ କରିଥିଲେ। ରାଜ୍ୟ ସରକାରଙ୍କୁ ଅସଯୋଗ କରିବାକୁ ଚେତାବନୀ ବି ଦେଇଥିଲେ। ଚଳିତ ମାସ ୧୫ ତାରିଖରେ ପରସଖୋଲ ଗ୍ରାମରେ ସମ୍ବଲପୁର, ସୁବର୍ଣ୍ଣପୁର, କଳାହାଣ୍ଡି, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ଆଦୀବାସୀ ନେତାମାନଙ୍କୁ ନେଇ ଏକ ସମ୍ମିଳନୀ ହୋଇଥିଲା। ଆଇନର ଆଶ୍ରୟ ନେବାସହ ରାଜ୍ୟ ସରକାର ସଂରକ୍ଷଣକୁ ନହଟାଇବା ପର୍ଯ୍ୟନ୍ତ ବିଜେଡିକୁ ଆଦିବାସୀମାନେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏହାସହ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ଶୁଣାଇଥିଲେ। ୧୬ ତାରିଖରୁ ନାମାଙ୍କପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରି ଆଦିବାସୀ ମାନେ ନୂଆପଡ଼ା ଜିଲ୍ଲାର ୧୩୧ ପଞ୍ଚାୟତ ସହ ୫ଟି ବ୍ଲକ୍ ସମିତି ଅଫିସରେ ତାଲା ମାରି ଧାରଣାରେ ବସିଛନ୍ତି।
ନାମାଙ୍କପତ୍ର ଦାଖଲ ୨ୟ ଦିନରେ ବି କୌଣସି ଆଦିବାସୀ ନେତା ନାମାଙ୍କପତ୍ର ଦାଖଲ କରିନାହାନ୍ତି। ୧୭ ତାରିଖ ଦିନ ନୂଆପଡ଼ା ଜିଲ୍ଲାର ୮୫ ଜଣ ୱାର୍ଡମେମ୍ବର ପଦବି ପାଇଁ, ସରପଞ୍ଚ ପାଇଁ ୯ଜଣ, ସମିତି ସଭ୍ୟ ପାଇଁ ୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ୧୮ ତାରିଖ ଦିନ ୱାର୍ଡମ୍ବେର ପଦବି ପାଇଁ ୧୬୮ ଜଣ, ସରପଞ୍ଚ ପାଇଁ ୪୩ ଜଣ, ସମିତି ସଭ୍ୟ ପାଇଁ ୨୬ ଜଣ ଦାଖଲ କରିଛନ୍ତି। ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପରିଷଦ ସଭ୍ୟ ଭାବେ ନାମାଙ୍କନ ଭରିବା ପାଇଁ ୫୯ ଜଣ ନାମାଙ୍କନପତ୍ର ନେଇଥିବା ଜଣାପଡ଼ିଛି। ତେବେ, ଏଥିରେ କିଛି ଆଦିବାସୀଙ୍କ ସମର୍ଥକ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏଭଳି ସ୍ଥିତି ପାଇଁ ବର୍ତ୍ତମାନ ବିଜେଡି, ବିଜେପି ଓ କଂଗ୍ରେସରେ ଥିବା ଆଦିବାସୀ ନେତାମାନଙ୍କ ଅକଲ୍ ଗୁଡୁମ୍ ହୋଇଛି। କିନ୍ତୁ ସେମାନଙ୍କ ସମର୍ଥକ ମାନେ ଉପ ଜିଲ୍ଲାପାଳ ଅଫିସରୁ ନାମାଙ୍କନ ପତ୍ର ଆଣୁଥିବା ଦେଖିବାକୁ ମି​ଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/election-ffaaa.jpg)