ଆଦିବାସୀ ବାଲୁକା ଶିଳ୍ପୀ ମୁକା କାବାସିଙ୍କ ଅଭିନ୍ନ କଳାକୃତି, ସୋସିଆଲ ମିଡିଆରେ ଭାଇରାଲ

ମାଲକାନଗିରି ଜିଲ୍ଲାର ସମାଜସେବୀମାନଙ୍କ ବାଲିରେ ପ୍ରତିଛବି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ନକ୍ସଲ ପ୍ରବଣ କାଲିମେଳା ବ୍ଲକର ତୁମ୍ବଗୁଡାରୁ ସୁଦୂର ପୁରୀରେ ପହଞ୍ଚି ନିଜକୁ ପ୍ରତିଷ୍ଠିତ କରିଥିବା ଆଦିବାସୀ ଯୁବକ ମୁକା କାବାସୀଙ୍କ ଅନନ୍ୟ ବାଲୁକା ଚିତ୍ରକଳା ଏବେ ସାରା ରାଜ୍ୟ ଏବଂ ଦେଶରେ ବେଶ ପରିଚିତ ଲାଭ କରିସାରିଲାଣି। ପୁରୀର ନିଳାଦ୍ରୀ ବିଚରେ ନିଜର କଳାକୃତୀ ପ୍ରଦର୍ଶନ କରି ସେ ପ୍ରଶଂସିତ ହେବା ସହ ବହୁ ପୁରସ୍କାର ମଧ୍ୟ ପାଇସାରିଲେଣି। ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଗୁରୁ ମାନି ସେ ନକ୍ସଲ ପ୍ରବଣ ଅଂଚଳରୁ ବାହାରି ପୁରୀରେ ପହଞ୍ଚି ସୁଦର୍ଶନ ବାଲୁକା ଚିତ୍ରକଳା ଅନୁଷ୍ଠାନରେ ନାମ ଲେଖାଇ ଆଜି ଜଣେ ଆଗଧାଡିର ବାଲୁକା ଚିତ୍ରଶିଳ୍ପୀ ବନିପାରିଛନ୍ତି।

ମୁକା କାବାସୀ ନକ୍ସଲ ପ୍ରବଣ ଅଂଚଳର ଜଣେ ଆଦିବାସୀ ଗରିବ ପରିବାରରୁ ସେ ଆଜି ବାଲୁକା ଚିତ୍ରଶିଳ୍ପୀ ବନିଛନ୍ତି। ତେବେ ମାଲକାନଗିରି ଜିଲ୍ଲାରେ କରୋନା ମହାମାରୀ ସମୟରେ ସମାଜସେବା କରିଥିବା ଯୁବକ ବିନୋଦ ଟାଵରି ଏବଂ ଆଦିବାସୀ ଯୁବତୀ ଜୟନ୍ତୀ ବୁରୁଦାଙ୍କ ବାଲୁକା ଚିତ୍ର କଳା ଏବେ ବେଶ ଭାଇରାଲ ହେବାକୁ ଲାଗିଛି। ନିଜ ଅଂଚଳର ଦୁଇ ସମାଜସେବୀଙ୍କ ଅବିକଳ ଚିତ୍ର ଆଙ୍କି ସେ କୃତଜ୍ଞତା ଜଣାଇଛନ୍ତି।

Sambad

ପ୍ରକାଶ ଥାଉକି ବିନୋଦ ଟାଵରି ଜଣେ ଆଗଧାଡିର ସମାଜସେବକ। ବହୁ ଗରିବ ନିଷ୍ପେସିତ ଲୋକଙ୍କୁ ସେ ଆର୍ଥିକ ସହାୟତା କରିବା ସହ ଭୋକିଲାଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି। ସେହିପରି ଜୟନ୍ତୀ ଜିଲ୍ଲାର ଆଦିବାସୀ ଅଂଚଳରେ ପହଞ୍ଚି ଯୁବତୀଙ୍କୁ ବାଲ୍ୟ ବିବାହ, କନ୍ୟା ସନ୍ତାନ ନଷ୍ଟ ନକରିବା, କନ୍ୟାଙ୍କୁ ଶିକ୍ଷା ଏବଂ କରୋନା ମହାମାରୀ ସମୟରେ ଲୋକଙ୍କୁ ସଚେତନତା କରାଇବା ଭଳି କାର୍ଯ୍ୟକରି ବେଶ ପ୍ରଶଂସିତ ହେଉଛନ୍ତି। ଆଦିବାସୀ ଯୁବତୀମାନଙ୍କୁ ନେଇ ବଡିଦିଦି ନାମକ ଏକ ସଂଗଠନ କରି ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ପହଞ୍ଚି ଆଦିବାସୀଙ୍କୁ ସଚେତନ କରାଉଛନ୍ତି। ତେବେ ଏହି ଦୁହିଁଙ୍କ ବାଲିକା ଚିତ୍ର କରି ପ୍ରଣାମ କରିଛନ୍ତି। ଯାହା ଏବେ ବେଶ ଭାଇରାଲ ହେଉଛି।

ସମ୍ବନ୍ଧିତ ଖବର