ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ଆଦିବାସୀ ମହିଳାର ଜୀବନ ଚାଲିଯାଇଛି। ଘଟଣା ଅନୁଯାୟୀ ପଡ଼ିଆ ବ୍ଲକର ସିମିଳିବାଞ୍ଝା ପଞ୍ଚାୟତର କୋରଖପାଲୀ ଗ୍ରାମର ଦେବା ପଇଦାଙ୍କ ଭିନ୍ନକ୍ଷମ ଝିଅ ଗାଙ୍ଗି ପଇଦା(୩୫) ଗତକାଲି ଅପରାହ୍ନରେ ନିଜ ଜମିକୁ ଯାଇଥିଲେ। ତେବେ ସେଠାରେ ହଠାତ୍ ଶୌଚ ପାଇଁଜଂଗଲରେ ପଶିଥିଲେ। ତେବେ ହଠାତ୍ କେଉଁ ଆଡରୁ ବାଘୁଆ ମହୁମାଛି ଦଳ ଦଳହୋଇ ଆସି ଗାଙ୍ଗିକୁ କାମୁଡିବାରେ ଲାଗିଲେ। ଗାଙ୍ଗି ଚିତ୍କାର କରି ଆଖପାଖ ଲୋକଙ୍କୁ ଡାକ ଛାଡିଥିଲେ। କିନ୍ତୁ କେହି ତାଂକ ନିକଟକୁ ଯିବାକୁ ସାହସ କରିନଥିଲେ। ଦୀର୍ଘ ସମୟ ଧରି ମହୁମାଛିମାନେ ତାକୁ କଲବଲ କରି କାମୁଡି ଚାଲିଲେ। ଗାଙ୍ଗି ସେଠାରେ ଅଚେତ ଅବସ୍ଥାରେ ପଡି ରହିଲେ।ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ତୁରନ୍ତ ପଡିଆ ଡାକ୍ତରଖାନାକୁ ଗାଙ୍ଗିକୁ ନେଇଥିଲେ। କିନ୍ତୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ଗାଙ୍ଗିଙ୍କୁ ପରିବାର ଲୋକେ ମାଲକାନଗିରି ମେଡିକାଲକୁ ଆଣି ଚିକିତ୍ସା କରାଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଡାକ୍ତର କିନ୍ତୁ ଗାଙ୍ଗିର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲେ। ପରିବାର ଲୋକେ ମେଡିକାଲରୁ ପୁଣି ଗାଙ୍ଗିର ଶବକୁ ନିଜ ଗ୍ରାମକୁ ନେଇଥିଲେ। ତେବେ ପରିବାର ଲୋକେ ଏନେଇ କ୍ଷତିପୂରଣ ଦାବି କରିଛନ୍ତି।
ବାଘୁଆ ମହୁମାଛି ଆକ୍ରମଣରେ ଆଦିବାସୀ ମହିଳାଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/06/dead-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)