ମାଲକାନଗିରି: ଗତକାଲି ଅପରାହ୍ନରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନକ୍ସଲଙ୍କ ବଡ ଆକ୍ରମଣରେ ସହିଦ ଯବାନମାନଙ୍କୁ ଆଜି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ନାରାୟଣପୁର ଜିଲ୍ଲା ପୁରିସ କାର୍ଯ୍ୟାଳୟରେ ସମସ୍ତ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବସ୍ତର ଆଜି ସୁନ୍ଦର ରାଜ ସମେତ ବହୁ ନେତା ମଧ୍ୟ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସହିଦଙ୍କୁ ସଲାମ ଧ୍ବନୀରେ ସହର ଫାଟି ପଡୁଥିଲା। ସହିଦଙ୍କ ପରିବାର ଲୋକଙ୍କର ଆଖିରୁ ଲୁହ ଶୁଖୁନଥିଲା। ଏପରିକି ସହିଦ ସେବକ ସଲାମଙ୍କୁ ତାଂକର ଏକ ବର୍ଷର ଝିଅ ନିଜର ଦାଦାଙ୍କ କୋଳରେ ରହି ମୁଖାଗ୍ନି ଦେଇଥିଲା। ଏହି ଘଟଣା ଯେଉଁମାନେ ଦେଖୁଥିଲେ ସମସ୍ତେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ସମସ୍ତ ସହିଦଙ୍କୁ ରାଜକୀୟ ସମ୍ମାନ ଦିଆଯିବା ପରେ ଶବକୁ ସେମାନଙ୍କର ପୈତୃକ ଗ୍ରାମକୁ ପଠାଇ ଦିଆଯାଇଥିଲା। ଏବେ ବି ୨୨ ଜଣ ଯବାନ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ରହିଛନ୍ତି।
/sambad/media/post_attachments/wp-content/uploads/2021/03/Mkg-Saheed-ku-Salam-9-1024x576.jpg)
ସୂଚନାଯୋଗ୍ୟ, ନକ୍ସଲଙ୍କ ଆକ୍ରମଣରେ ୫ ଜଣ ଯବାନ ସେବକ ରାମ ସଲାମ, ଦେବକରଣ ଦେହାରୀ, ଜୟଲାଲ ଉଇକେ, ପବନ କୁମାର ମଣ୍ଡାବୀ ଏବଂ ବିଜୟ ପଟେଲ ସହିଦ ହୋଇଥିଲେ। ନକ୍ସଲଙ୍କର ଏତେ ବଡ ଆକ୍ରମଣ ଯୋନଜା ସଂପର୍କରେ ଗୁଇନ୍ଦା କପରି କିଛି ଜାଣିପାରିଲା ନାହିଁ ସେନେଇ ଆଲୋଚନା ଜୋର ଧରିଛି। ସେହିପରି ଯବାନଙ୍କ ତରଫରୁ ଏସଓପି ପାଳନ ହୋଇନଥିବା ମଧ୍ୟ ଜଣାପଡିଛି। ଏହି ଘଟଣା କଡେନାର ଏବଂ କହ୍ନାର ମଧ୍ୟରେ ଘଟିଥିଲା। ତେବେ କଡେନାର କ୍ୟାମ୍ପ ଠାରୁ ମାତ୍ର ତିନି କିଲୋମିଟର ଦୁରରେ ଏଭଳି ବଡ ଘଟଣାକୁ ନକ୍ସଲ ଘଟାଇବେ କେହି ସୁରାକ ମଧ୍ୟ ପାଇପାରିନଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖ ଗ୍ରାମ ମରୋଡାରେ ଲୋକେ ଥରିଉଠିଥିଲେ। ରାସ୍ତାରେ ଦଶ ଫୁଟର ଗାତ ହେବା ସହ ବସଟି କୋଡିଏ ଫୁଟ ଉପରକୁ ଉଠିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/sahid-diwas-24_Thumb.jpg)