ମୟୂରଭଂଜ: ବଣ୍ଡାବ ଗୁଳିକାଣ୍ଡରେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି

ବାରିପଦା: ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦା ରିଜର୍ଭ ପୁଲିସ ଲାଇନ ପରିସରରେ ଥିବା ସହିଦ ସ୍ମୃତିପୀଠରେ ବଣ୍ଡାବ ମାଓ ଆକ୍ରମଣ ଘଟଣାରେ ସହିଦ ହୋଇଥିବା ଚାନ୍ଦୁଆ ଥାନାର ପୂର୍ବତନ ଏଏସ୍‌ଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗମ୍ଭା ହେମ୍ବ୍ରମଙ୍କ ଫଟୋଚିତ୍ରରେ ଆଜି ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଇଛି। ଏଥି ସହ କରୋନା କଟକଣା ଅନୁପାଳନ ପୂର୍ବକ ଜିଲ୍ଲା ଆରକ୍ଷୀ ବାହିନୀ ପକ୍ଷରୁ ସହିଦମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଛି।

ଜିଲା ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି ପରମାର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଦାମ ସାହୁ ଓ ଅଙ୍କୁର ମଲ୍ଲିକ, ବାରିପଦା ସଦର ଏସଡ଼ିପିଓ କେ. କେ. ହରିପ୍ରସାଦ, ଆରଆଇ କୁଳମଣି ଗିରି, ହାବିଲଦାର ଓ କନେଷ୍ଟବଳ ସଂଘର ସାଧାରଣ ସମ୍ପାଦକ ରନ ଗିରି, ସଭାପତି ମୃତ୍ୟୁଞ୍ଜୟ ବେହେରା ପ୍ରମୁଖଙ୍କ ସମେତ ଆରକ୍ଷୀ ବାହିନୀର କର୍ମଚାରୀଗଣ ଏବଂ ସହିଦ ନାରାୟଣ ପ୍ରଧାନଙ୍କ ପୁତ୍ର ଦେବେନ୍ଦ୍ର ପ୍ରଧାନ, ସହିଦ ହାବିଲଦାର ରାଜେନ୍ଦ୍ର ମହାନ୍ତଙ୍କ ପତ୍ନୀ ରେଖା ମହାନ୍ତ ଓ ସହିଦ କନେଷ୍ଟବଳ ଗମ୍ଭା ହେମ୍ବ୍ରମଙ୍କ ପତ୍ନୀ କୋଏଲ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୦୯ ମସିହା ଆଜିର ତାରିଖରେ ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାବ ଗା୍ରମରେ ସନ୍ଧ୍ୟା ସମୟରେ ଚାଲିଥିଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚର ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଝାମୁମୋ)ର ତତ୍କାଳୀନ ରାଜ୍ୟସଭାପତି ତଥା ବର୍ତ୍ତମାନ ବିଜଦ ସରକାରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶହସ୍ରାଧିକ ଫୁଟବଲ ପ୍ରେମୀଙ୍କ ଗହଣରେ ଆୟୋଜିତ ହୋଇଥିଲା ସଭା। ହଠାତ୍‌ ଫୁଟିଲା ବନ୍ଧୁକରୁ ଗୁଳି । ଆରମ୍ଭ ହୋଇଥିଲା ମାଓବାଦୀଙ୍କର ତାଣ୍ଡବଲୀଳା। ଖେଳପ୍ରେମୀଙ୍କ ସହ ଖେଳାଳି ଛତ୍ରଭଙ୍ଗ ଦେଇଥିଲେ।

ସମ୍ବନ୍ଧିତ ଖବର