ପୁରୀ: ସାକ୍ଷୀଗୋପାଳ ପଟ୍ଟନାୟକିଆ ଛକରେ ୩ ଜଣଙ୍କୁ ହତ୍ୟା, ଘଟଣାସ୍ଥଳରେ ଉତ୍ତେଜନା-ପୋଡ଼ାଜଳା

ପୁରୀ: ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆ ଛକରେ ରବିବାର ସନ୍ଧ୍ୟାରେ ଟ୍ରିପଲ୍‌ ମର୍ଡର ହୋଇଥିବା ସୂଚନା ମିଳିଛି। ଗୋଟିଏ ପରିବାରର ୨ ଭାଇ ଓ ଅନ୍ୟ ଜଣଙ୍କୁ ର୍ନିମମ ହତ୍ୟା କରଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିିଛି। ଭୁବନେଶ୍ୱର-ପୁରୀ ମୁଖ୍ୟ ରାସ୍ତା ଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ ବିଚ୍‌ ରାସ୍ତାରେ ୩ ଭାଇଙ୍କୁ ଆଜି ଅଭିଯୁକ୍ତମାନେ ଗୋଡାଇ ଗୋଡାଇ ହାଣିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଚେକ୍‌ ପୋଷ୍ଟ ସମ୍ମୁଖରେ ଏହି ହତ୍ୟାକାଣ୍ଡ ହୋଇଥିଲେ ମଧ୍ୟ ଦୃବୃର୍ତ୍ତଙ୍କ ଟେର ପାଇନାହିଁ । ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳରେ ପୋଡାଜଳା କରୁଥିବା ବେଳେ ପୁଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି।

ସମ୍ବନ୍ଧିତ ଖବର