ଦ୍ୱିତୀୟ ବିବାହ ପାଇଁ ପ୍ରଥମ ପତ୍ନୀଙ୍କୁ ତିନି ତଲାକ୍‌ ଦେଲା ସ୍ୱାମୀ, ଥାନାରେ ଅଭିଯୋଗ

ସୋର: ବାଲେଶ୍ୱର ଜିଲ୍ଲାର ସୋରରେ ବେଆଇନ ତିନି ତଲାକ ମାମଲା ଆସିଛି। ପଠାଣମହଲାର ରେସୋ ଖାତୁନ ନିଜ ସ୍ୱାମୀ ସହିମ ଖାଁ ସରିଅତଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ବାଲେଶ୍ୱର ଏସପି ବି ଯୁଗଳ କିଶୋର ଓ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। କାର୍ଯ୍ୟନୁଷ୍ଠାନ ପାଇଁ ସୋର ଆଇଆଇସିଙ୍କୁ ନିର୍ଦ୍ଧେଶ ହୋଇଛି।

ସୂଚନା ଅନୁସାରେ ଆଗରପଡା ହରିପୁର ଗ୍ରାମର ନାସିରଲ ଖାଁଙ୍କ ଝିଅ ରେସୋକୁ ୪ ବର୍ଷ ପୂର୍ବରୁ ସୋର ମ୍ୟୁନିସିପାଲଟି ପଠାଣମହଲା ଗ୍ରାମର ସହିମ ଆଇନ ଅନୁସାରେ ବିବାହ କରିଥିଲେ। ବିବାହ ସମୟରେ ରେସୋ ବାପ ଘରୁ ନଗଦ ୮୦ ହଜାର ଟଙ୍କା, ସୁନାଗହଣା ଆଣିଥିଲେ। ବିବାହରେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିଛିଦିନ ପର୍ଯ୍ୟନ୍ତ ରେସୋ ଶ୍ୱଶୁର ଘରେ ଭଲରେ ରହିଥିଲେ। ଏହାପରେ ଅଧି ଯୌତୁକ ଦାବିରେ ରେସୋଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଅଭିଯୋଗ ଅନୁସାରେ ସ୍ୱାମୀ ସହିମ ଜଣେ ସମ୍ପର୍କୀୟ ଯୁବତୀଙ୍କୁ ପୁଣି ବିବାହ କରିବା ପାଇଁ ମନସ୍ଥ କରି ରେସୋକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ସମ୍ବନ୍ଧିତ ଖବର