ସୁନ୍ଦରଗଡ଼: ସୋମବାର ରାତିରେ ସୁନ୍ଦରଗଡ଼ ସଦର ଥାନା ରଙ୍ଗିଆମୁଣ୍ଡାଠାରେ ଟ୍ରକ ପଛପଟେ ବାଇକ୍ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ କାଲୋବାହାଲ ଗାଁର ବୋଲି ସୂଚନା ମିଳିଛି। ଗୁରୁତରକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ବାଇକରେ ଦୁଇ ଯୁବକ ସୁନ୍ଦରଗଡ଼ରୁ ନିଜ ଗାଁକୁ ଫେରୁଥିଲେ।