ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ ଶାଳପଡ଼ା ଓଭରବ୍ରିଜ ନିକଟରେ ଆଜି ଏକ ଲୁହାପଥର ବୋଝେଇ ଟ୍ରକ ଓଲଟିପଡିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଯାଇଛି | ଆଜି ସକାଳୁ ସକାଳୁ ଲୁହାପଥର ବୋଝେଇ ୧୨ଚକିଆ ଟ୍ରକ ଯୋଡ଼ା ଅଞ୍ଚଳରୁ ଆସୁଥିବାବେଳେ ଶାଳପଡା ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡି ଥିଲା। ଫଳରେ ଟ୍ରକ ଚାଳକଙ୍କର ଟ୍ରକ ତଳେ ଚାପିହୋଇ ମୃତ୍ୟୁ ହୋଇଯାଇଛି । କିନ୍ତୁ ଏହି ସମୟରେ ରାସ୍ତାରେ ଲୋକଙ୍କ ଯାତାୟାତ ନଥିବାରୁ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।
ଓଲଟିଲା ଲୁହାପଥର ବୋଝେଇ ଟ୍ରକ, ଚାପି ହୋଇ ରହିଛନ୍ତି ଡ୍ରାଇଭର
/sambad/media/post_attachments/wp-content/uploads/2023/11/aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)