ଯାଜପୁର: ବରୀ ଟେକର ଷ୍ଟାଣ୍ଟରେ ମଙ୍ଗଳବାର ଟ୍ରକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛି ଔରଙ୍ଗାବାଦ ପୂର୍ବତନ ସରପଞ୍ଚ ରଘୁନାଥ ଜେନା । ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ହଜାରହଜାର ଲୋକ ରାସ୍ତାରୋକ କରିଛନ୍ତି। ଫଳରେ ଉଭୟପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା ବେଳେ ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଛି।