ଢେଙ୍କାନାଳ: ହାଇୱାକୁ ପଛପଟୁ ପିଟିଲା ହାଇୱା । ଦୁର୍ଘଟଣା ପରେ ରାସ୍ତା ଉପରେ ଜଳିଗଲା ଗାଡି । ଗାଡି ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଝାଡଖଣ୍ଡର ସୁନୀଲ ଯାଦବ ।
ଆଶ ଟ୍ରକ କମ୍ପାନୀର ଏକ ହାଇୱା ଢେଙ୍କାନାଳ ଜିଲ୍ଲା କଂଟାବଣିଆ ସ୍ଥିତ ବିଆରଜି ପ୍ଲାଂଟରୁ ପାଉଁଶ ବୋଝେଇ କରି କାମାକ୍ଷାନଗରରେ ଜାତୀୟ ରାଜପଥ ସଂପ୍ରସାରଣ କାମକୁ ଆସୁଥିଲା ।
କାମାକ୍ଷାନଗର ଜଡାପାଳ ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଗାଡିଟି ଜଳିଯାଇଛି । ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Hiwa-Accident_Thumbnail.jpg)