ଯୋଡା: କେନ୍ଦୁଝର ଜିଲ୍ଲାର ଯୋଡା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମ ରାସ୍ତାରେ ସୋମବାର ଅପରାହ୍ନ ସମୟରେ ଏକ ଭୟାଭୟ ଦୁର୍ଘଟଣା ଘଟି ଯାଇଛି। ଏକ ଟ୍ରକ ଅତି ବେପରୁଆ ଭାବେ ଗାଁ ରାସ୍ତାରେ ଖୁବ ଦୃତ ଗତିରେ ଯାଇ ଏକ ବାଇକ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍ରେ ଯାଉଥିବା ସାଗରିକା ମହାକୁଡ (୧୩)ଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଆରୋହୀ ବିଜୁ ମହାକୁଡ ଓ ତାଙ୍କ ଝିଅ ୧୧ ବର୍ଷର ବାଳିକା ବିଦୁସ୍ମିତା ମହାକୁଡ ଗୁରୁତର ଆହତ ହୋଇଛି। ଟ୍ରକର ଏପରି ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳି ଦେଇଛନ୍ତି।
ଖବର ପାଇ ଯୋଡା ଥାନା ଆଇଆଇସି ମନୋଜ କୁମାର ରାଉତ ଓ ବିଲେଇପଦା ଫାଣ୍ଡି ଅଧିକାରୀ ନରେଶ କୁମାର ଦାସ ପରିସ୍ଥିତି ନିୟୋନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବଡ଼ବିଲ ତହସିଲ୍ଦାର କ୍ଷୀରୋଦ କୁମାର ବେହେରା ଘଟଣା ସ୍ଥଳକୁ ପହଞ୍ଚିଛନ୍ତି।
/sambad/media/post_attachments/wp-content/uploads/2018/10/Aahata-Biju-Mahakud-nko-Photo.jpg)
ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସଂନ୍ଧ୍ୟା ୪ ଘଟିକା ସମୟରେ ଗୋବର୍ଦ୍ଧନପୁର ଗ୍ରାମର ବିଜୁ ମହାକୁଡ, ତାଙ୍କ ଝିଅ ବିଦୁସ୍ମିତା ମହାକୁଡ ଏବଂ ଚିମିଳା ଗ୍ରାମରୁ ଆସିଥିବା ତାଙ୍କ ସଂପର୍କୀୟ ଝିଆରୀ ସାଗରିକା ମହାକୁଡଙ୍କ ସହିତ ଦଶହରା ପୂଜା ନିମନ୍ତେ ପୋଷାକ କିଣିବା ପାଇଁ ତାଙ୍କ ବାଇକ୍ ନଂ ଜେଏଚ୍ ୦୬ ପି- ୪୩୯୦ ଯୋଗେ ଯୋଡାକୁ ବାହାରିଥିଲେ ।
ଘରୁ ବାହାରିବା ପରେ ମାତ୍ର ଅଳ୍ପ କିଛି ଦୂରରେ ଏକ ଦଶ ଚକିଆ ଟ୍ରକ ନଂ ଓଡି ୦୯ ଜି- ୧୬୭୩ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପ୍ରାୟ ଦେଢ ଶହ ମିଟର ସମସ୍ତେ ଛିଟିକି ପଡିଥିଲେ । ସାଗରିକା ମହାକୁଡଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେଠାରୁ ଆହତ ଅବସ୍ଥାରେ ବାପ ଝିଅଙ୍କୁ ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Jala-Jaithiba-Truck-Photo.jpg)