୫୦ ଫୁଟ୍ ତଳକୁ ଖସିଲା ଟ୍ରକ, ଚାଳକ ହେଲପର ମୃତ

କୋଇଡା: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା କାଲଟା ଫାଣ୍ଡି ଅଧୀନସ୍ଥ ତୋଡା ନବ ନିର୍ମିତ ପୋଲ ଉପରୁ ଭାରସାମ୍ୟ ହରାଇ ୫୦ ଫୁଟ୍ ତଳକୁ ଖସିଲା ୧୪ ଚକିଆ ଟ୍ରକ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟ ଚାଳକ ଓ ହେଲପରଙ୍କ ମୃତ୍ୟୁ ଘଟିଥିଲା । କାଲଟା ଫାଣ୍ଡି ଅଧିକାରୀ ଭଗବାନ ସାହୁ ଖବର ପାଇ ସଦଳବଳ ସହ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୬ ଘଣ୍ଟାର ସଂଘର୍ଷ ପରେ ଶବ ବାହାର କରି କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ଏବେ ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳି ପାରିନାହିଁ । ପରିଚୟ ସହ ପରିବାର ବର୍ଗ ଆସିଲେ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ୍ ସୁଚନା ଦେଇଛି । ଅନ୍ୟପଟେ ପୋଲ ନିକଟରେ ରାସ୍ତା ଖରାପ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର