ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ-ଧଳପୁର ପୂର୍ତ୍ତରାସ୍ତାର ପୁରୁଣାକଟକସ୍ଥିତ କସ୍ତୁରୁବା ଆବାସିକ ବିଦ୍ୟାଳୟ ସମ୍ମୁଖ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଛକ ପାର୍ଶ୍ଵରେ ଥିବା ୨ବଖରା ଘରର କାନ୍ଥ ଓ ଆଜବେଷ୍ଟସ ଭାଙ୍ଗିଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମତେ ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ଧଳପୁର ପଟୁ ଏକ ଲୁହା ଆଇରନ ବୋଝେଇ ଓଡି ୦୫ ଏ ୱାଇ ୫୫୯୩ ଟ୍ରକ ପୁରୁଣାକଟକ କସ୍ତୁରୁବା ସ୍କୁଲ ନିକଟସ୍ଥ ଏକ ଜନ ଗହଳ ସ୍ଥାନରେ ଦ୍ରୁତ ଗତିରେ ଆସି ଛକ ପାର୍ଶ୍ଵରେ ଥିବା ଦେବରାଜ ସାହୁଙ୍କ ଘରକୁ ଆକସ୍ମିକ ଭାବେ ଜୋରରେ ଧକ୍କା ଦେଇଥିଲା। ଫଳରେ ଘରର ଦୁଇଟି କାନ୍ଥ ଭୁଶୁଡ଼ି ପଡିବା ସହ ଆଜବେଷ୍ଟସ ଭାଙ୍ଗିଯାଇଥିଲା।ଏହି ସମୟରେ ଘରର ଅନ୍ୟ ବଖରରେ ଥିବାରୁ ତାଙ୍କର ସ୍ତ୍ରୀ ଝୁଣୁ ସାହୁ, ଝିଅ ସରସ୍ୱତୀ ସାହୁ, ଜ୍ୱାଇଁ ନରେନ୍ଦ୍ର ସାହୁ ଓ ଛୋଟ ଛୋଟ ୨ନାତୁଣୀ ନିଶ୍ଚିତ ବଡଧରଣର ଅଘଟଣରୁ ବର୍ତ୍ତିଯାଇ ଥିଲେ। ହେଲେ କେହିକିଛି ବୁଝିବା ପୂର୍ବରୁ ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡି ନେଇ ଚାରିଛକ ଆଡକୁ ପଳାୟନ କରୁଥିବା ଦେଖି ସ୍ଥାନୀୟ ଲୋକେ ପୁରୁଣା କଟକ ପୁଲିସକୁ ଫୋନ ଯୋଗେ ସୂଚନା ଦେବା ସହ ଗାଡିକୁ ପିଛା କରିଥିଲେ।

Advertisment

publive-image

ସୂଚନା ପାଇ ପୁଲିସ ଡିଗଶିରା ନିକଟରେ ଟ୍ରକକୁ ଅଟକାଇବା ବେଳେ ଡ୍ରାଇଭର ଅନ୍ଧାରର ସୁଯୋଗ ଦେଇ ଗାଡିରୁ ଓହ୍ଲାଇ ଫେରାର ମାରିଥିଲା।ହେଲେ ପୋଲିସ ଟ୍ରକଟିକୁ ଜବତ କରିବା ସହ ଗାଡ଼ିରେ ଥିବା ହେଲ୍ପରକୁ ଥାନାକୁ ନେଇ ପଚରା ଉଚରା କରୁଥିବା ଜଣାପଡିଛି। ତେବେ ହରଭଙ୍ଗା ବ୍ଲକର ଅଧିକାଂଶ ଅଞ୍ଚଳରେ କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ସହ ବାହାର ଅଞ୍ଚଳର ଲୋକଙ୍କୁ ଯାତାୟାତ ପାଇଁ କଟକଣାବେଳେ ଏହି ମାଲ ବୋଝେଇ ଟ୍ରକଟି କିପରି ବାହାରୁ ଆସିଲା। ବୋଲି ସାଧାରଣରେ ଅସନ୍ତୋଷ ଦେଖାଦେଇଛି।