ରୁପ୍ରା: ଦ୍ରୁତଗାମୀ ଟ୍ରକ୍ ଆଜି ମଧ୍ୟାହ୍ଣରେ ଏକ ବୋଲେରୋକୁ ଚାପିଦେଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ସମେତ ମୋଟ ୬ ଜଣ ଗୁରତର ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ନର୍ଲା ଭାୟା ମ. ରାମପୁର ଦେଇ ଯାଇଥିବା ରାଜ୍ୟ ରାଜପଥର ବାଗପୁର ତାରିଣୀ ମନ୍ଦିର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସ୍ଥାନୀୟ ଲୋକମାନଙ୍କ ଦ୍ବାରା ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2022/12/rupra1.jpg)
ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋରେ ଯାଉଥିବା ଗୋଟିଏ ପରିବାରର ଜଣେ ଛୋଟ ଶିଶୁ ସମେତ ୬ଜଣ ସଦସ୍ୟ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ବୋଲେରୋ ଡ୍ରାଇଭରଙ୍କ ସମେତ ବାପା, ମା' ଓ ତାଙ୍କ ଦୁଇ ଝିଅ (ଜଣେ ବିବାହିତ) ଓ ଛୋଟ ଶିଶୁ ଥିଲେ। ତେବେ ବିବାହିତ ଝିଅକୁ ଧର୍ମଗଡ଼ ଅଂଚଳରେ ଥିବା ଶାଶୁ ଘରକୁ ଛାଡ଼ିବାକୁ ଯାଉଥିଲେ।
ତେବେ ଦୁର୍ଘଟଣା ସମୟରେ ଉକ୍ତ ରାସ୍ତା ଦେଇ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବ୍ୟକ୍ତିଗତ ଗାଡିରେ ଭବାନୀପାଟଣା ଯାଉଥିଲେ। ସେ ଗୁରୁତର ଆହତମାନଙ୍କୁ ସମାଜସେବୀ ଲୋଚନ ସାହୁ, ନରେନ୍ଦ୍ର ସାହୁ ଓ ରୋହିତ ସାହୁଙ୍କ ସମେତ ଗ୍ରାମବାସୀମାନଙ୍କ ସହଯୋଗ କ୍ରମେ ଦୁର୍ଘଟଣା ଗ୍ରସ୍ତ ବୋଲେରୋରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ବୋଲେରୋଟି ମଦନପୁର ରାମପୁର ପଟରୁ ଆସୁଥିବା ବେଳେ ଟ୍ରକ୍ ନର୍ଲା ପଟରୁ ଆସୁଥିଲା। ଟ୍ରକ୍ରେ କୌଣସି ଡଷ୍ଟ୍ ଲୋଡ୍ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଦୁର୍ଘଟଣା ପରେ ନର୍ଲା ପୁଲିସ୍ ଆଇଆଇସି ଗଙ୍ଗାଧର ମେହେର ପହଞ୍ଚି ତଦନ୍ତ କରୁଛନ୍ତି। ଟ୍ରକ ଚାଳକ ଫେରାର ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/rupra.jpg)