ରାସ୍ତା ଉପରେ ଟ୍ରକ୍‌ ଓ କ୍ରେନ୍‌ ଓଲଟି କଟକ-ଭୁବନେଶ୍ୱର ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ନହରକଣ୍ଟା ନିକଟରେ ଏକ ମାଲବୋଝେଇ ଟ୍ରକ୍‌ ରାସ୍ତା ଉପରେ ଓଲଟି ପଡ଼ିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଉକ୍ତ ଟ୍ରକକୁ ଉଠାଇବାକୁ ଆସିଥିବା କ୍ରେନ୍‌ଟି ମଧ୍ୟ ଓଲଟି ପଡ଼ିଥିଲା। ଫଳରେ ରାସ୍ତା ଅବରୋଧ ହୋଇ ଉଭୟ ପାର୍ଶ୍ୱରୁ ଆସୁଥିବା ଗାଡ଼ି ଅଟକି ରହିଥିଲା। ଏହା ଫଳରେ ବର୍ତ୍ତମାନ କଟକ-ଭୁବନେଶ୍ୱର ମଧ୍ୟରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର