ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ଝାରସୁଗୁଡା: ଝାରସୁଗୁଡାର ବଡମାଳା ଥାନାସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ବାଇକ୍‌ ଆରୋହୀଙ୍କ ନାମ ହେମସାଗର ସାହୁ ବୟସ ୪୦ବର୍ଷ ପାଖାପାଖି ହେବ।

ସୂଚନାଯୋଗ୍ୟ, ହେମସାଗର ସାହୁ ଆଜି ଆଦିତ୍ୟ ବିର୍ଲାରୁ କାମ ସାରି ବାଇକ୍‌ରୁ ଫେରୁଥିଲେ। ବିଜୁ ପଟ୍ଟନାୟକ ଛକ ନିକଟରେ ହେମସାଗରଙ୍କ ବାଇକ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହେମସାଗରଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟ ପରେ କିଛି ସମୟ ପାଇଁ ସ୍ଥାନୀୟଲୋକ ରାସ୍ତାରେ ଉତ୍ତେଜନା ସୃଷ୍ଟି କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର