ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ଦେବଗଡ଼ ଥାନା ସମରଖାଇ ନିକଟରେ ବୁଧବାର ଏକ ଟ୍ରକ୍ ନିଆଁ ଲାଗି ଜଳିଯାଇଛି। ତେବେ ଏଥିରେ ଥିବା ଚାଳକ ଓ ଖଲାସି ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ଏକ ଲୁହା ପାଇପ୍ ବୋଝେଇ ଟ୍ରକ୍ କୋଲକାତାରୁ ମୁମ୍ବାଇ ଯାଉଥିବା ବେଳେ ସମରଖାଇ ନିକଟରେ ସେଥିରେ ନିଆଁ ଲାଗି ଯାଇଥିଲା। ଟ୍ରକ୍ର ଇଞ୍ଜିନ୍ରୁ ଏହି ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥଲେ। ତେବେ ଏଥି ପାଇଁ ବେଶ୍ କିଛି ସମୟ ରାଜପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ପୁଲିସ୍ ପହଞ୍ଚି ଟ୍ରକ୍ଟିକୁ ଜବତ କରିଥିବା ଜଣାପଡ଼ିଛି।
ଇଂଜିନରୁ ନିଆଁ ଲାଗି ଜଳିଗଲା ଟ୍ରକ:ବର୍ତ୍ତିଲେ ଖଲାସି ଓ ଚାଳକ
/sambad/media/post_attachments/wp-content/uploads/2017/11/deba9.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)