ଜାତୀୟ ରାଜପଥରେ ନିଆଁ ଲାଗି ଜଳିଗଲା ଚଳନ୍ତା ଟ୍ରକ

ରଗଡ଼ି: ଜାତୀୟ ରାଜପଥ-୨୦ର ରଗଡି ପଲିଟେକ୍ନିକ କଲେଜ ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟା ୭ଟା ବେଳେ ଏକ ଲୁହାପଥର ବୋଝେଇ ଚଳନ୍ତା ଟ୍ରକ ଜଳିଯାଇଛି। କେନ୍ଦୁଝର ଆଡୁ ଲୁହାପଥର ଗୁଣ୍ଡ ବୋଝେଇ କରି ଆସୁଥିବା ଟ୍ରକ (ଓଡି ୦୫ ୱାଇ ୯୮୯୯) ରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଦେଖି ଡ୍ରାଇଭର ତୁରନ୍ତ ଗାଡ଼ି ଅଟକାଇ ସୁରକ୍ଷିତ ଭାବେ ଗାଡ଼ିରୁ ଓହ୍ଲାଇ ଯାଇଥିଲେ। ନିଆଁରେ ଟ୍ରକର ଚକ ସମେତ କେତେକ ଅଂଶ ପୋଡ଼ିଯାଇଛି। ଖବର ପାଇ ଯାଜପୁର ରୋଡ଼୍‌ ଦମକଳ କେନ୍ଦ୍ର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୋରେଇ ଥାନା ପାଟ୍ରୋଲିଂ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର