ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଗତକାଲି ରାତିରେ ଏକ ୧୪ଚକିଆ ଟ୍ରକ୍ ଜଳିଯାଇଛି। ଅଗ୍ନିକାଣ୍ତର କାରଣ ସ୍ପଷ୍ଟ ହୋଇନାହିଁ। ନେଉଳପୁର ନିକଟରେ ଗତକାଲି ରାତିରେ ଅଟକିଥିବା ଏହି ଟ୍ରକ୍ (ଓଡି୦୪କ୍ୟୁ ୧୧୮୯)ରେ ହଠାତ୍ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ବ୍ୟାଟେରୀ ସଟସର୍କିଟ୍ ଯୋଗୁଁ ଟ୍ରକଟି ଜଳିଯାଇଥିବା ଚଣ୍ତିଖୋଲ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

Advertisment