ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟ୍ରକ ଡ୍ରାଇଭର ମୃତ

Advertisment
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟ୍ରକ ଡ୍ରାଇଭର ମୃତ

ରିଆମାଳ : ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସୁରଙ୍ଗିପାଳ ଗ୍ରାମରେ ଶୁକ୍ରବାର ମଧ୍ୟାହ୍ନରେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଟ୍ରକ ଡ୍ରାଇଭର ଜଣକ ମଧ୍ୟପ୍ରଦେଶ ଦେୱାସ ଜିଲ୍ଲାର ଗ୍ରାମସେଠୀ ଗ୍ରାମର ରାମ ନିବାସ ୱିକେଙ୍କ ପୁଅ ସୁଶୀଲ ୱିକେ (୧୮) ବୋଲି ଜଣା ପଡିଛି।

ସୂଚନା ଅନୁସାରେ ବର୍ତ୍ତମାନ ସୁରଙ୍ଗିପାଳ ଗ୍ରାମରେ ପାଣି ପାଇପ କାମ ଚାଲିଅଛି । ପାଇପ ବୋଝେଇ ଟ୍ରକଟି ଗୁଜୁରାଟରୁ ପାଇପ ଆଣି ଆସିଥିଲା । ଉକ୍ତ ସ୍ଥାନରେ ରଖିବା ପାଇଁ ଡ୍ରାଇଭର ଜଣଙ୍କ ପାଲରୁ ରସି ଖୋଲୁଥିଲା । ଟ୍ରକ ଉପରେ ବିଦ୍ୟୁତ ତାର ଯାଇଥିବା ବେଳେ ଟିକେ ଅସାବଧାନତା ଯୋଗୁଁ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଦୀର୍ଘ ସମୟ ଧରି ବିଦ୍ୟୁତ ତାରରେ ତାଙ୍କ ମୃତ ଦେହ ଲାଖି ରହିଥିଲା। ଖବର ପାଇ ଘଟଣାସ୍ଥଳରେ କୁଣ୍ଢେଇଗୋଳା ପୁଲିିସ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତଜାରୀ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe