ଦୁଇ ଟ୍ରକ୍‌ ମୁହାଁମୁହିଁ; ଜଣେ ଚାଳକ ମୃତ

ଦେବଗଡ଼: ବାରକୋଟ ବ୍ଲକ୍‌ ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ନିକଟରେ ବୁଧବାର ଅପରାହ୍‌ଣ ପ୍ରାୟ ୪ଟାରେ ୨ଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଗୋଟିଏ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଦେବଗଡ଼ ଅଭିମୁଖେ ଆସୁଥିବା ଆଇରନ ବୋଝେଇ ଟ୍ରକ୍‌ (ଓଡି-୧୬ଇ-୯୭୩୯) ସହିତ ପାଲଲହଡ଼ା ଅଭିମୁଖେ ଯାଉଥିବା କମଳା ବୋଝେଇ ଟ୍ରକ (ଜେଏଚ-୧୨ଏଚ୍‌-୨୪୧୪) ମଧ୍ୟରେ ୪୯ନଂ ଜାତୀୟ ରାଜପଥର ପଞ୍ଚମହଲା ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଆଇରନ୍‌ ଗାଡ଼ିର ଚାଳକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଚାଳକର ପରିଚୟ ଜଣାପଡ଼ି ନାହିଁ। ଖବରପାଇ ଦେବଗଡ଼ ଥାନା ପୁଲିସ ଟ୍ରକ୍‌ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ କମଳା ବୋଝେଇ ଟ୍ରକ୍‌ର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର