ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜତୀୟ ରାଜପଥ ‘ରାଞ୍ଚି-ବିଜୟବାଡ଼ା ଜାତୀୟ ରାଜପଥ’ ବାଟମଙ୍ଗଳା ଠାକୁରାଣୀ ନିକଟରେ ନୂତନ ହାଇୱା ଭିତରୁ ଚାଳକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି।
ସୂଚନା ଅନୁସାରେ ରବିବାର ଦିନ ସକାଳୁ ଟାଟା ଟେଲୋକ ଟ୍ରାକ ଗୋଦାମରୁ ଏକ ଦଶ ଚକିଆ ହାଇୱାକୁ ତାମିଲନାଡୁର ମଦୁରାଇକୁ ପହଞ୍ଚାଇବା ପାଇଁ ଟ୍ରାନ୍ସପୋର୍ଟ ଠାରୁ ଝାଡ଼ଖଣ୍ଡ ରାଜ୍ୟର ପୂର୍ବ ସିଂହଭୂମ ଜିଲ୍ଲାର ମୁସାବଣି ଥାନା ପଡାସୂତ ଭୁଲୁଘୁଟୁ ଗ୍ରାମର ମହନ ବାସ୍କେଙ୍କ ପୁତ୍ର ସମାଇ ବାସ୍କେ (୪୯) ଡ୍ରାଇଭର ଭାବେ ଗାଡ଼ିକୁ ନେଇ ବାହାରି ଥିଲା।
ରବିବାର ପାଖରୁ ଉକ୍ତ ଗାଡ଼ିଟି ରାସ୍ତାକଡ଼ରେ ଛିଡା ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ଘଟଣାସ୍ଥଳରେ ପୁଲିସ ପହଂଚି ଶବ ଜବଦ କରି ଗାଡ଼ି ଭିତରୁ ଠିକଣା ପାଇ ଟାଟା ଓ ମୁସାବଣି ଥାନାକୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ପହଂଚିବା ପରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଗାଡ଼ି ତଳେ ଓ ମୁହଁରୁ ରକ୍ତ ଥିବାର ଦେଖା ଯାଇଥିବା ବେଳେ ପ୍ରବଳ ଗରମ ଯୋଗୁଁ ଅଂଶୁଘାତ ଯୋଗୁଁ ମୃତ୍ୟୁବରଣ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।
Advertisment