ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ୧୪୩ ନଂ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା: ୧୪୩ ନମ୍ବର ଜାତୀୟ ରାଜପଥର କୁଆରମୁଣ୍ଡା ବେଦବ୍ୟାସ ନିକଟସ୍ଥ ସୁନୟନା ମେଟାଲ୍‌ ପାଖରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଅଟକି ଯିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଫଳରେ ଅପରାହ୍‌ଣ ୨ଟାରୁ ୪ଟା ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନର ଲମ୍ବା ଧାଡ଼ି ଲାଗି ରହିଥିଲା। ସେଠାରେ ଗତ ରାତିରେ ଏକ ଟ୍ରେଲର୍‌ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼କୁ ଖସି ପଡ଼ିଥିଲା। ଜାତୀୟ ରାଜପଥରେ ବଡ଼ ବଡ଼ ଗାତ ପାଇଁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର