ବୈପାରିଗୁଡା: ବିଭିନ୍ନ ସାମଗ୍ରୀ ବୋଝେଇ ହୋଇଥିବା ଏକ କୋରିୟର ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଛତିଶଗଡ଼ର ରାଜଧାନୀ ରାୟପୁରରୁ ଆସିଥିବା ସିଜି ୦୪ ଏନଟି ୭୩୬୩ ନମ୍ବର ବିଶିଷ୍ଟ ଏକ କୋରିୟର ଟ୍ରକ୍ କୋଟପାଡ଼, ବୋରିଗୁମ୍ମା, ଜୟପୁର ଦେଇ କୋରାପୁଟ ଠାରେ ବିଭିନ୍ନ ସାମଗ୍ରୀ ବିତରଣ କରିବା ପରେ କୁନ୍ଦୁରା ପହଞ୍ଚି ସେଠାରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଥିଲା। ଏହାପରେ ସେ ବୈପାରିଗୁଡା ଦେଇ ମାଲକାନଗିରି ଏବଂ ସୁକୁମାରେ ପହଞ୍ଚି ସାମଗ୍ରୀ ଯୋଗାଣ ପରେ ରାୟପୁର ଫେରିଥାନ୍ତା। ତେବେ କୁନ୍ଦୁରାରୁ ଫେରିବା ବେଳେ ବୈପାରିଗୁଡା ଠାରୁ ପ୍ରାୟ ୩ କିଲୋମିଟର ଦୂର ଲିମ୍ବାଗୁଡା ଛକ ନିକଟରେ ଏକ ଟ୍ରକକୁ ରାସ୍ତା ଦେବାକୁ ଯାଇ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ନୀଳଗିରି ଜଂଗଲ ଭିତରକୁ ପଶିଯାଇଥିଲା। ତେବେ ଡ୍ରାଇଭର ସଞ୍ଜୁ ବର୍ମନ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ବୈପାରିଗୁଡା ପୋଲିସ ଏଏସ୍ଆଇ ଶିବ ଶଙ୍କର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
/sambad/media/post_attachments/wp-content/uploads/2022/07/0569f1a5-1083-46e1-aea0-005881bdbd38.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)