ବସ୍‌କୁ ଓଭରଟେକ୍ କରୁଥିବା ବେଳେ କୁଣ୍ଡା ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର 

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ତୁଲସୀପଲ୍ଲୀ ଗ୍ରାମ ମୁଖ୍ୟ ସଡ଼କ ଠାରେ ବସ୍‌କୁ ଓଭରଟେକ୍ କରିବା ସମୟରେ ଏକ ମାଲ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍ ଚାଳକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆପଡା ଅଞ୍ଚଳର ବିଚିତ୍ରାନନ୍ଦ ବେହେରା(୪୩) ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଚିତ୍ର ଟ୍ରକ୍ ନମ୍ବର ଓଡି ୦୭ ଏସି ୨୪୩୪ରେ ସମ୍ବଲପୁରରୁ କୁଣ୍ଡା ବୋଝେଇ କରି ବ୍ରହ୍ମପୁର ଯାଉଥିବା ବେଳେ ତୁଲସୀପଲ୍ଲୀ ନିକଟରେ ଏକ ବସ୍କୁ ଓଭରଟେକ୍ କରୁଥିଲେ। ଏହି ସମୟରେ ବସ୍‌ଟି ହଠାତ୍ ବ୍ରେକ୍ କଷି ଦେବାରୁ ଟ୍ରକଟି ରାସ୍ତାକଡ କଲଭର୍ଟରେ ପିଟି ହୋଇଯାଇଥିଲା। ଯାହା ଫଳରେ ଚାଳକଙ୍କ ମୁଣ୍ଡରେ ଏବଂ ଗୋଡରେ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ସାହାଯ୍ୟରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡି ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର