ଅନୁଗୁଳ: ତାଳଚେର ଗୋଡିବନ୍ଧ ନିକଟ ବଙ୍ଗାରୁ ବ୍ରିଜ ତଳକୁ ଏକ ଟ୍ରକ ଭାରସାମ୍ୟ ହରାଇ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଅଳ୍ପକେ ଟ୍ରକ ଚାଳକ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଅଞ୍ଚଳବାସୀ ଭର୍ତ୍ତି କରିଛନ୍ତି ।
ସୂଚନାଯୋଗ୍ୟ, ଟ୍ରକଟି ଦ୍ରୁତ ଗତିରେ ତାଳଚେର ଆଡୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା ଘଟଣାସ୍ଥଳରେ ତାଳଚେର ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/305a2068-cc83-4e0f-9d91-7bfa7ce66947.jpg)