ଜୟପୁର: ଟ୍ରକ- ଅଟୋ ଧକ୍କା, ୨ ଭାଇ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଜୟନ୍ତଗିିରି ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍‌ ସହିତ ଏକ ଓମ୍‌ଫେଡ ସାମଗ୍ରୀ ନେଇ ଯାଉଥିବା ଅଟୋର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଅଟୋରେ ଥିବା ଦୁଇ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ନାମ ଅନୀଲ ସମରଥା ଓ ଅନନ୍ତ ସମରଥା। ଉଭୟଙ୍କ ଘର ଜୟପୁର ବ୍ଲକ୍‌ର ବାଙ୍କୋବିଜା ଗ୍ରାମରେ ବୋଲି ଜଣାପଡ଼ିଛି। ଆହତଦ୍ୱୟଙ୍କୁ ଜୟପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ଜୟପୁର ସଦର ଥାନାରେ ଅଟକ ରଖାଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ର ଡ୍ରାଇଭର ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଆହତମାନଙ୍କୁ ଆଣି ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ।

ସମ୍ବନ୍ଧିତ ଖବର