ବଲାଙ୍ଗୀର: ବସକୁ ପଛରୁ ପିଟିଲା ଟ୍ରକ, ୧୨ ଆହତ

ବଲାଙ୍ଗୀର: ଗତକାଲି ରାତିରେ କଟକ ଜିଲ୍ଲା ବଡ଼ାମ୍ବା ନରସିଂହପୁରରୁ ବଲାଙ୍ଗୀରର ପାଟଣାଗଡ଼କୁ ଯାଉଥିବା ଶ୍ରୀରାମ ନାମକ ଏକ ଘରୋଇ ବସକୁ ପୁଇଁତଳା ନିକଟରେ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର