ଅନୁଗୁଳ: ବସ ଟ୍ରକ୍‌ ମୁହାମୁହିଁ ଧକ୍କା, ୫ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନିଗର ଥାନା ଅନ୍ତର୍ଗତ ବାମୁର ଆମ୍ବପାଳ ନିକଟରେ ଆଜି ସମ୍ବଲପୁରରୁ ଅନୁଗୁଳ ଆସୁଥିବା ଓ ଆର ୧୫ ଡି ୬୮୮୮ ନମ୍ବର ବିଶିଷ୍ଟ ପ୍ରଧାନ ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ ସହିତ ଅନୁଗୁଳରୁ ସମ୍ବଲପୁର ଯାଉଥିବା ଓ ଆର ୦୫ ଏନ ୦୦୨୩ ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ ଗାଡ଼ିର ଡ୍ରାଇଭର ଓ ୩ ଜଣଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କିଶୋରନଗର ଓ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର