ଟ୍ରକ ଧକ୍କାରେ ଯୁବକ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ହଳଦିଆ ହାଇସ୍କୁଲ ନିକଟରେ ଏକ ବାଲିବୋଝେଇ ଟ୍ରକ୍ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକଙ୍କ ନାମ ସୁଶାନ୍ତ ସ୍ୱାଇଁ, ତାଙ୍କ ଘର କଟକ ଜିଲ୍ଲା ପଦନପୁର ନିକଟସ୍ଥ ତାଳବସ୍ତ ।

ଏହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ଲାଗିରହିଥିଲା । ପରେ ସୂଚନା ପାଇ ଖୋର୍ଦ୍ଧା ପୁଲିସ ଓ ତହସିଲଦାର ପଦ୍ମଚରଣ ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ପରେ ପୁଲିସ ଶବକୁ ଜବତ କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଆଣିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ପୁଲିସ ଟ୍ରକ୍କୁ ଜବତ କରିଛି ।

ସମ୍ବନ୍ଧିତ ଖବର