ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର ଚିର୍କେଲଗୁଡ଼ା ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍ (ଓଆର୍୨୪-୯୨୯୩) ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସୂଚନାନୁସାରେ ଭବାନୀପାଟଣାରୁ ଥୁଆମୂଳ ରାମପୁର ବ୍ଲକ୍ ଅଡ୍ରିକୁ ଚାଉଳ ନେଇ ଏକ ଟ୍ରକ୍ ଯାଉଥିଲା। ରାସ୍ତା ସଂକୀର୍ଣ୍ଣ ଥିବାରୁ ସାମ୍ନା ପଟରୁ ଆସୁଥିବା ଏକ ବାଇକ୍କୁ ରାସ୍ତା ଦେବାକୁ ଯାଇ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି।
ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ୍
/sambad/media/post_attachments/wp-content/uploads/2023/07/6a2df68d-d4d5-45d9-9c17-f4ac6dc3b5ed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)