ଆସିକା: ହିଞ୍ଜିଳି ଥାନା ପିତ୍ତଳ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଓଭରଟେକ୍ କରିବାକୁ ଯାଇ ଟ୍ରକ ସହ  ଏକ ପିକଅପ୍‌ ଭ୍ୟାନ୍ ଧକ୍କା ହୋଇଛି। ଦୁର୍ଘଟଣାରେ ପିକଅପ୍‌ ଭ୍ୟାନ୍‌ରେ ଥିବା ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

Advertisment

ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର କାଚ କାଟି ମୃତକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗୁରୁତର ଅବସ୍ଥାରେ ଡ୍ରାଇଭର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।  ୨ ଜଣ ମୃତକ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗାଁର ସୁମନ୍ତ ଗନ୍ତାୟତ ଏବଂ ଅଜିତ ବାଡ଼ତ୍ୟା ବୋଲି ସୂତ୍ରରୁ ପ୍ରକାଶ ।

 ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଭଣ୍ଡାରୀବସାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ।