ମୁଖ୍ୟ ସଡ଼କରେ ଘର ଭିତରକୁ ଧସେଇ ପସିଲା ମାଲବାହୀ ଟ୍ରକ୍

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ କୁଲାଡ଼ ମୁଖ୍ୟ ସଡ଼କ ଠାରେ ଥିବା ଏକ ଘର ଭିତରକୁ ମାଲବାହୀ ଟ୍ରକ୍ ଧସେଇ ପଶିଛି। ମାତ୍ର ଖୁସିର କଥା ଯେ, ଏଥିରେ କାହାରି କିଛି କ୍ଷୟକ୍ଷତି ଘଟିନାହିଁ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର୍ ହୋଇଯାଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ସିମେଣ୍ଟ୍ ବୋଝେଇ କରି ଏକ ଟ୍ରକ୍ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେିଳେ କୁଲାଡ ମୁଖ୍ୟ ସଡ଼କ ଠାରେ ଥିବା ମିଥୁନ୍ ବେହେରାଙ୍କ ଘର ସାମ୍ନାରେ ଭାରସାମ୍ୟ ହରାଇ ଧସେଇ ପଶିଥିଲା। ଫଳରେ ମିଥୁନର ଘର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ପାଖରେ ଥିବା ଏକ କ୍ୟବିନ୍ ମଧ୍ୟ ଭାଙ୍ଗି ଯାଇଛି। ରାତି ସମୟ ହୋଇଥିବାରୁ ଘଟଣାସ୍ଥଳରେ କେହି ନଥିବାରୁ କାହାରି କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର