ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଲିଡିଆ ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି। ଜଣେ ଢାବା ମାଲିକଙ୍କ ଉପରେ ଉପରେ ଟ୍ରକ୍ ମାଡ଼ିଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ରୀବତ୍ସ ସାହୁ।

Advertisment

ଗତକାଲି ବିଳମ୍ବିତ ରାତିରେ ଶ୍ରୀବତ୍ସ ରାସ୍ତା ପାର ହୋଇ ଯାଉଥିଲା ବେଳେ ଏକ ଟ୍ରକଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। 

ପରିବାର ଲୋକେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ପରଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

ଅଧିକ ପଢ଼ନ୍ତୁ:ହାତୀପଲଙ୍କ ତାଣ୍ଡବ, ଦଳିଦେଲେ ଏକର ଏକର ଧାନ ଫସଲ

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଟ୍ରକ୍ ଡ୍ରାଇଭର ଓ ହେଲପରକୁ ପୁଲିସ ଅଟକ ରଖିଛି। 

ଅଧିକ ପଢ଼ନ୍ତୁ:ଘର ସାମ୍ନାରେ ଜଳିଗଲା ମାରୁତି ସ୍ବିଫ୍ଟ କାର