ଦେବଗଡ଼: ଟ୍ରକ୍‌ ଧକ୍କାରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ

ଦେବଗଡ଼: ଆଜି ସକାଳେ ଦେବଗଡ଼ ଜିଲ୍ଲା ଦେବଗଡ଼ ତହସିଲ ଅଫିସ ନିକଟ ଛକରେ ଏକ ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟିଚାଳକଙ୍କର ମୃତ୍ୟୁ ଘଟିଛି। ଖବରପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପଞ୍ଚନାମ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ର କରୁଣାକର ସାହୁ(୬୨ ବର୍ଷ) ନିଜ ସ୍କୁଟି ଯୋଗେ ତହସିଲ ଅଫିସ ପାଖ ଛକ ଦେଇ ବଜାରକୁ ଯାଉଥିବା ବେଳେ ଦୃତଗତିରେ ଆସୁଥିବା ଏକ ଟକ୍‌ ତାଙ୍କୁ ଧକ୍କା ଦେଇଥିଲା। ଶ୍ରୀ ସାହୁ ପଡ଼ିଯିବାରୁ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶ୍ରୀ ସାହୁଙ୍କର ମୃତ୍ୟୁ୍ର ଘଟିଥିଲା। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିିବା ଟ୍ରକ୍‌ଟିକୁ ଜବତ କରିବା ସହିତ ଏହାର ଡ୍ରାଇଭରକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର