ସିଭିଲ ସ୍କ୍ବାର୍ଡ ଓ ପୁଲିସର ମିଳିତ ଚଢ଼ାଉ; ୭ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ବଡ଼ସାହି: ବଡ଼ସାହି ଥାନା ତଥା ତହସିଲ ଅନ୍ତର୍ଗତ ନିଲାମ ହୋଇ ନ ଥିବା ବାଥୁଡିବନ୍ଧସ୍ଥିତ ବୁଢ଼ାବଳଙ୍ଗ ବାଲି ଶଯ୍ୟାରୁ ଆଜି ବେଆଇନ ଭାବେ ବାଲି ଆଣୁଥିବା ୭ ଟ୍ରାକ୍ଟର ଜବତ ହୋଇଛି। ପ୍ରାୟ ଦୈନନ୍ଦିନ ଉକ୍ତ ଘାଟରୁ ବାଲି ଚାଲାଣ ହେଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।

ଏହି ଅଭିଯୋଗକୁ କେନ୍ଦ୍ର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ହୋଇଥିବା ସିଭିଲ ସ୍କ୍ବାର୍ଡ ଓ ବଡ଼ସାହି ପୁଲିସ ଆଜି ସକାଳେ ମିଳିତ ଚଢ଼ାଉ କରିଥିବା ବେଳେ ୭ଟି ବାଲି ବୋଝେଇ ଟ୍ରାକ୍ଟର ଧରା ପଡିଥିଲା। ସମସ୍ତ ଟ୍ରାକ୍ଟରକୁ ଜବତ କରି ଥାନାକୁ ଅଣା ଯାଇଛି। ଏ ସମ୍ପର୍କରେ ପୃଥକ ପୃଥକ ୭ଟି ମାମଲା ରୁଜୁ ହୋଇ ସମସ୍ତ ୭ ଜଣ ଯାକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଗିରଫ ଡ୍ରାଇଭରଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର