ରାଉରକେଲା: ପୂର୍ବାହ୍ନ ସାଢେ ୧୦ଟା ବେଳେ ବେଦବ୍ୟାସ ସ’ମିଲ୍ ଛକ ନିକଟରେ ଟ୍ରକ ଧକ୍କାରେ ଏକ ଟେମ୍ପୋ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଓଡି ୧୪ଏ ୩୧୪୭ ନମ୍ବର ଟେମ୍ପୋ ଯାତ୍ରୀଙ୍କୁ ଧରି ବେଲ୍ଡିହରୁ ବେଦବ୍ୟାସ ଆସୁଥିବା ବେଳେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ବେଲଡିହିର ଗଣେଶ ଲାକ୍ରାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ରାହ୍ମଣୀ ତରଙ୍ଗ ପୁଲିସ ଘଟଣାର ତଦନ୍ତ କରୁଛି।
ରାଉରକେଲା: ବେଦବ୍ୟାସ ଛକରେ ଓଆର ୧୪ଏମ୍ ୫୨୭୧ ନମ୍ବର ବାଇକ୍କୁ ଓଡି ୧୪ଡି ୩୬୪୬ ନମ୍ବର ପିକ୍ ଅପ୍ ଭ୍ୟାନ ଧକ୍କା ଦେଇଥିଲା। ଫଳରେ ଚାଳକ ଗୁରୁତର ଆହତ ହୋଇ ଆଇଜିଏଚରେ ଭର୍ତ୍ତି ହୋଇଛି।
ସେହିପରି ଆଜି ପୂର୍ବାହ୍ନରେ ବିଶ୍ରାଛକ ଓଭର ବ୍ରିଜ୍ ନିକଟରେ ଆଉ ଏକ ଦୁର୍ଘଟଣା ଘଟି ଜଣେ ସ୍କୁଟି ଚାଳକ ଆହତ ହୋଇଛନ୍ତି।
ଟ୍ରକ ଧକ୍କାରେ ଟେମ୍ପୋ ଓଲଟି ଜଣେ ମୃତ
ବାଇକ୍ ଓ ସ୍କୁଟି ଚାଳକ ଗୁରୁତର
/sambad/media/post_attachments/wp-content/uploads/2017/09/auto.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)